ବର୍ଗ : ଧାର୍ମିକ
ଏହି ମନ୍ଦିରଟି ବାମଣ୍ଡା ରାଜବଂଶୀୟ ରାଜା ବ୍ରଜସୁନ୍ଦର ଦେବଙ୍କ ଦ୍ଵାରା ୧୮୫୪ ମସିହାରେ ନିର୍ମିତ ଏବଂ ଏହା ତତ୍କାଳୀନ ବାମଣ୍ଡା ରାଜ୍ୟର ପୁରାତନ ମନ୍ଦିର ମଧ୍ୟରୁ ଅନ୍ଯତମ । ଏଠାରେ ପୂଜିତ ଦେବ ଦେବ ମହାଦେବ । ଲିଙ୍ଗଟି ସ୍ଵୟଂଭୂ ଯାହା କି କାହା ଦ୍ଵାରା ସ୍ଥାପିତ ହୋଇ ନାହାନ୍ତି । ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ।
ଏହି ମନ୍ଦିର ଦେବଗଡ ସହର ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ । ସମ୍ବଲପୁରକୁ ଯାଇଥିବା ଜାତୀୟ ରାଜପଥରୁ ରିଆମାଳ ବ୍ଲକକୁ ଯିବା ରାସ୍ତାର ବାମପଟରେ ଚିକିଣି ଘାଟି ପୂର୍ବରୁ ଏହା ଅବସ୍ଥିତ ।
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବନେଶ୍ବର - ୨୯୦ କି. ମି.
ସଡ଼କ ପଥରେ
ଦେବଗଡ ସହର ଠାରୁ ୫ କିଲୋମିଟର ।
ରେଳଗାଡ଼ିରେ
ନିକଟତମ ରେଳବାଇ ଷ୍ଟେସନ - ରେଢାଖୋଲ - ୯୦ କି. ମି.