• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ଦେବଗଡ ଅନୁଗୋଳ ରାଜରାସ୍ତାର ୪୫ କିଲୋମିଟର ବ୍ଯବଧାନରେ ଅବସ୍ଥିତ କଟାସର ଘାଟି । ଏହା କାଙ୍କରଖୋଲ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭୂକ୍ତ । ସଂରକ୍ଷିତ ଜଙ୍ଗଲ ହୋଇ ଥିବାରୁ କଟାସର ଘାଟି ସ୍ଥଳରେ ନିଘଞ୍ଚ ବନରାଜି ଦୃଷ୍ଟି ଗୋଚର ହୋଇଥାଏ । ଏହି ଘାଟିର ଶୀର୍ଷରେ ଅବସ୍ଥିତ ମା ବନଦୂର୍ଗାଙ୍କ ମନ୍ଦିର । ବନଦୂର୍ଗାଙ୍କ ପୃଷ୍ଠ ଦେଶରୁ ପ୍ରବାହିତ ହେଉଛି ଚିରସ୍ରୋତା ସ୍ରୋତସ୍ଵିନୀ । ଏହାର ଜଳକୁ ଅଧୁନା କଂକ୍ରିଟ କୁଣ୍ଡ ଦ୍ଵାରା ଆବଦ୍ଧ କରାଯାଇ ମନ୍ଦିର ବାତାବରଣକୁ ଆହୁରି ଆନନ୍ଦ ପ୍ରଦାୟକ କରାଯାଇପାରିଛି।  ସ୍ରୋତସ୍ଵିନୀର ଅପର ପାର୍ଶ୍ଵରେ ଦେବ ଦେବ ମହାଦେବଙ୍କ ଭବ୍ୟ ମନ୍ଦିର ଏବଂ ଗୋଟିଏ ମଣ୍ଡପ ନିର୍ମାଣ କରାଯାଇଛି ।

କଟାସର ଘାଟି ଠାରୁ ଦେବଗଡ ଦିଗରେ ଅଗ୍ରସର ହେଲେ ୨ କିଲୋମିଟର ଅନ୍ତରରେ ରାଜରାସ୍ତାର ଦକ୍ଷିଣ ଦିଗରେ ଅବସ୍ଥିତ ସନାତନ ହିନ୍ଦୁ ଧର୍ମର ଆଶ୍ରମ ମଣ୍ଡଳ । ଏହି ଆଶ୍ରମ ରେଙ୍ଗାଳପାଲି ଗ୍ରାମରେ ଅବସ୍ଥିତ ହୋଇଥିବାରୁ ଏହା ରେଙ୍ଗାଳପାଲି ମଠ ନାମରେ ନାମିତ । ମଠର ପରିସୀମା ମଧ୍ୟରେ ସାଧୁ ସନ୍ୟାସୀମାନଙ୍କ ପ୍ରଚେଷ୍ଟା ବଳରେ ପୁଷ୍ପ ଉଦ୍ୟାନ ଓ ପନିପରିବା ବଗିଚା ବେଶ୍ ଆକର୍ଷଣୀୟ । ସାଧୁସନ୍ୟାସୀ ମାନଙ୍କ ସାଧନା, ସ୍ଵାଧ୍ୟାୟ ହିନ୍ଦୁ ଧର୍ମାନୁସାରେ ପରିଚାଳିତ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବନେଶ୍ବର - ୨୯୦ କି. ମି.

ସଡ଼କ ପଥରେ
ଦେବଗଡ ଠାରୁ ୪୫ କି. ମି.

ରେଳଗାଡ଼ିରେ
ନିକଟତମ ରେଳବାଇ ଷ୍ଟେସନ - ରେଢାଖୋଲ - ୪୦ କି. ମି.